ଭୁବନେଶ୍ୱରରେ ପାକିସ୍ତାନୀ ମହିଳା

ଦୀର୍ଘକାଳୀନ ଭିସାରେ ଓଡ଼ିଶାରେ ରହୁଛନ୍ତି

ଭୁବନେଶ୍ୱର, ୨୬/୦୪: ଭୁବନେଶ୍ୱରରେ ରହିଛନ୍ତି ପାକିସ୍ତାନର ଜଣେ ମହିଳା। ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରିବା ପରେ ଦୀର୍ଘକାଳୀନ ଭିସାରେ ୨୦୦୮ରୁ ସେ ଭୁବନେଶ୍ୱରରେ ରହୁଛନ୍ତି। ଉକ୍ତ ମହିଳାଙ୍କ ଭିସା ଅବଧି ୨୦୨୪ରୁ ଶେଷ ହୋଇ ଯାଇଥିବା ବେଳେ ସେ ଭାରତ ଛାଡି ପାକିସ୍ତାନ ଯିବା ପାଇଁ ଏକଜିଟ୍ ଭିସା ପାଇଁ କମିଶନରେଟ ପୋଲିସ ପାଖରେ ଆବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଉଥିବାରୁ ପାକିସ୍ତାନୀ ନାଗରିକଙ୍କୁ ଯଥାଶୀଘ୍ର ୨୭ ତାରିଖ ମଧ୍ୟରେ ଦେଶ ଛାଡି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଫଳରେ ଭୁବନେଶ୍ୱର କମିଶନରେଟ ପୋଲିସ ମଧ୍ୟ ଉକ୍ତ ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡି ଯିବା ପାଇଁ ନୋଟିସ୍ ଜାରି କରିଛି।