ଭୁବନେଶ୍ୱର, ୦୧/୦୭: ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଆଜି ତାଙ୍କୁ ଭବାନୀପାଟଣାର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ।
ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ତଲାସି ବେଳେ ତାଙ୍କ ନିକଟରେ ବିପୁଳ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଯେଉଁଥିରେ ୨ଟି କୋଠା, ଗୋଟିଏ 3-BHK ଫ୍ଲାଟ୍, ନବରଙ୍ଗପୁରରେ ୪୮ ଏକରରୁ ଅଧିକ ଜମିରେ ୨ଟି ଫାର୍ମ ହାଉସ୍ ସହିତ ୮୪ ଏକର ଜମି, ୩୧୨ ଗ୍ରାମ ସୁନା, ୫୮ ଲକ୍ଷ ବ୍ୟାଙ୍କ ଡିପୋଜିଟ, ଗୋଟିଏ ବେନାମୀ ବ୍ରିଜା କାର୍, ଇତ୍ୟାଦି ରହିଥିଲା। ତେବେ ଏହି ସମ୍ପତ୍ତିର ହିସାବ ସେ ଦେଇ ପାରିନଥିଲେ।