ଭୁବନେଶ୍ୱର, ୦୧/୦୭: ଭୁବନେଶ୍ୱର ମହାନଗର ନିଗମ ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ୧୪ ଜିଲ୍ଲାର ଓଏଏସ ଅଫିସରମାନେ ସମୂହ ଛୁଟିରେ ଅଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ଓଏଏସ ଓ ଓଆରଏସ ଅଫିସର। କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ମୟୂରଭଞ୍ଜ, କନ୍ଧମାଳ, ମାଲକାନଗିରି, ନୟାଗଡ଼, ସୁବର୍ଣ୍ଣପୁର, ବାଲେଶ୍ଵର, ଗଞ୍ଜାମ, କେନ୍ଦୁଝର, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ଓଏଏସ ଓ ଓଆରଏସ ଅଫିସରମାନେ ସମୂହ ଛୁଟିରେ ଗଲେ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ।
ଅଧିକ ପଢନ୍ତୁ: ବିଏମସି ଅଫିସରେ ଗୁଣ୍ଡାରାଜ; ଅତିରିକ୍ତ କମିଶନରଙ୍କୁ ଆକ୍ରମଣ
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ କାଲି ଓଏଏସ ସଂଘ ପକ୍ଷରୁ ସମୂହ ଛୁଟିରେ ଥିବା ପାଇଁ ଘୋଷଣା କରିଥିଲେ। ହେଲେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂଘର ସଦସ୍ୟମାନଙ୍କ ସହ କଥା ହେବା ପରେ ସେମାନେ ଏହି ନିଷ୍ପତ୍ତିରୁ ଓହରି ଯାଇଥିଲେ।
ଅଧିକ ପଢନ୍ତୁ: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼: କଡ଼ା ନିନ୍ଦା କଲେ ନବୀନ