ବଗି ଛାଡ଼ି ଇଞ୍ଜିନ ଛୁ’

ଅଧଘଣ୍ଟା ପରେ ସଂଯୋଗ

ବାଲେଶ୍ଵର, ୧୮/୮: ଆଜି ବାଲେଶ୍ୱର ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ୍ ଇଞ୍ଜିନ୍ ୭ଟି ବଗିରୁ ଅଲଗା ହୋଇ ଆଗକୁ ଗଡ଼ି ଯାଇଥିଲା। ଯାହା ଫଳରେ ଅଧା ରେଲୱେ ଟ୍ରାକରେ ହିଁ ବଗି ଗୁଡ଼ିକ ଅଟକି ରହିଥିଲା। ଏକ କୋଇଲା ବୋଝେଇ ଟ୍ରେନ୍ ଭଦ୍ରକରୁ ହାୱଡା ଯାଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିଲା। ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡ଼ି ପଳାଇଥିଲା ଇଞ୍ଜିନ୍। ତେବେ ଅଧ ଘଣ୍ଟା ପରେ ଇଞ୍ଜିନ ଫେରି ଆସି ବଗି ସହ ସଂଯୋଗ ହୋଇଥିଲା।