ଅନୁଗୁଳ, ୧୯/୮: ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଗତ କାଲି ସୁରେନ୍ଦ୍ରଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ସୁରେନ୍ଦ୍ରଙ୍କ ୨ଟି ବହୁମହଲା ବିଲ୍ଡିଂ, ଫ୍ଲାଟ୍, ୪ଟି ମୂଲ୍ୟବାନ ପ୍ଲଟ୍, ୨.୩୩ ଲକ୍ଷ ନଗଦ ଟଙ୍କା ଓ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ କରାଯାଇଛି।
ସୂଚନାଯୋଗ୍ୟ, ଗତ କାଲି ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଚାନକ ରେଡ୍ କରିଥିଲା ଭିଜିଲାନ୍ସ। ସୁରେନ୍ଦ୍ରଙ୍କ ସହ ଜଡ଼ିତ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା। ଅନୁଗୁଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ରେଡ୍ ହୋଇଥିଲା। ଏହି ଚଢ଼ାଉରେ ୩ ଜଣ DSP, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ASI ସାମିଲ ଅଛନ୍ତି।