ବି.ସୁଦର୍ଶନ ରେଡ୍ଡୀ INDIA ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ

ପ୍ରାର୍ଥୀ ଘୋଷଣା କଲେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ

ନୂଆଦିଲ୍ଲୀ, ୧୯/୮: ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରାର୍ଥୀ ଘୋଷଣା କଲେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ। ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ସୁଦର୍ଶନ ରେଡ୍ଡୀ। ସେ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। INDIA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀଙ୍କ ନାଁ ଉପରେ ସର୍ବ ସହମତିରେ ମୋହର ବାଜିଛି।