ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ

ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି

ମାଲକାନଗିରି, ୨୨/୮: ୧୯୪୨ ମସିହାର ଅଗଷ୍ଟ ୨୧ ତାରିଖରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ସ୍ମୃତିରେ ଗୁରୁବାର ମାଲକାନଗିରି ଜିଲ୍ଲାର ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ କରାଗଲା। ସ୍ଥାନୀୟ ଲକ୍ଷ୍ମଣ ନାୟକ ଶହୀଦ ଭବନରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ପରେ ବିରାଟ ଶୋଭାଯାତ୍ରା ବାହାରି ମାଥିଲି ଥାନାରେ ମିନାର ପାଖରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା। ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ସି ପି ଆଇ ନେତା ହଳଧର ପୂଜାରୀ, ବ୍ଲକ୍ ଅଧ୍ୟକ୍ଷ ମହେଶ କୁମାର ବାକା, ପୂର୍ବତନ ବିଧାୟକ ଡମ୍ବୁରୁ ସୀସା, ପୂର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ବାକା, ବିଡିଓ ପ୍ରମୋଦ କୁମାର ବେହେରା, ଏବିଡିଓ ସୁରଜ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମୂଖ୍ୟ ଉପଦେଷ୍ଟା ସ୍ମୃତି ରଞ୍ଜନ, ସରପଞ୍ଚ କାନମ ରାଜୁ ନାୟକ, ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ,ସମିତି ସଭ୍ୟ ତଥା ସହିଦ୍ ସ୍ମୃତି କମିଟିର ସଭାପତି ବାଲରାଜୁ କୋପେ , ସାଧାରଣ ସମ୍ପାଦକ କୁନାଲ ମିଶ୍ର, କୋଷାଧ୍ୟକ୍ଷ ବିକ୍ରମ କେଶରୀ ପାତ୍ର, ସଦସ୍ୟ ଅବଦୁଲ ଆଜିଜ୍ ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଜିଲ୍ଲା ପରିଷଦ ମାଥିଲି ଜୋନ ୩ ସସ୍ମିତା ମାଝୀ ,ସହିତ ସହିଦ ପରିବାରମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଅତିଥିମାନେ ସଂଗ୍ରାମୀଙ୍କ ବଳିଦାନ ଉପରେ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ସାହସ ଓ ତ୍ୟାଗ ଚିରସ୍ମରଣୀୟ ରହିବ।ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଇତିହାସ ଅନୁଯାୟୀ, ୧୯୪୨ ଅଗଷ୍ଟ ୨୧ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଡାକରେ ସଂଗ୍ରାମୀମାନେ ମାଥିଲି ଥାନାରେ ପତାକା ଉତ୍ତୋଳନ କରୁଥିବାବେଳେ ଇଂରେଜମାନେ ଗୁଳି ଚାଳନା କରିଥିଲେ। ଏହି ଗୁଳିକାଣ୍ଡରେ ବହୁ ସଂଗ୍ରାମୀ ସ୍ଥଳୀରେ ଟଳି ପଡ଼ିଥିଲେ ଓ ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ କରିଥିଲେ। ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ ୧୯୪୨ ଅଗଷ୍ଟ ୨୧ ରେ ମାଥିଲିରେ ସ୍ୱାଧୀନତା ପାଇଁ ନିର୍ଭୀକ ସଂଗ୍ରାମୀମାନେ ଦେଶକୁ ଜୀବନ ଦାନ କରିଥିଲେ। ଆଜି ସେହି ବଳିଦାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୁଳିକାଣ୍ଡ_ଦିବସ ପାଳନ କରାଗଲା।ଆଜିର କାର୍ଯ୍ୟକ୍ରମରେ ସୁଦୂର ଭଦ୍ରକ ଜିଲ୍ଲାରୁ ଆସିଥିବା ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥର ସଭାପତି ବୋଇଲଚନ ଜେନା , ଜାତୀୟ ମହିଳା ଫେଡ୍ରେସନ୍ ର ଜାତୀୟ ପରିଷଦ ସଭ୍ୟା ବନଲତା ଜେନା, ସହିଦ ତୀର୍ଥ ଯାତ୍ରୀ ସଞ୍ଜୀବ ବାରିକ, ଉତ୍କଳ ମହିଳା ସମିତି ସଭାନେତ୍ରୀ କୌଶଲ୍ୟା କୁଅଁର ଯୋଗ ଦେଇଥିଲେ। ସହିଦ ସ୍ମୃତି କମିଟି ମାଥିଲି ସମ୍ମାନିତ କରି ସ୍ୱାଗତ କରିଥିଲେ।