ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମ ରାୟ: ସର୍ବସାଧାରଣ ସ୍ଥାନରେ ଖାଦ୍ୟ ଦେବା ଉପରେ ରୋକ୍

ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨/୮: ସୁପ୍ରିମକୋର୍ଟ ଗୁରୁବାର ଦିନ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରମାନଙ୍କୁ ଧରିବା ଏବଂ ସମ୍ପୂର୍ଣ୍ଣ ସ୍ଥାନାନ୍ତର ପାଇଁ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ସଂଶୋଧନ କରିଛନ୍ତି। ସାରା ଦେଶରେ ଲାଗୁ କରିବା ପାଇଁ ଏହି ନୂତନ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସବୁ ରାଜ୍ୟକୁ ଚିଠି

ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହତା ଏବଂ ଏନ.ଭି. ଅଞ୍ଜାରିଆଙ୍କ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଉଦ୍ଧାର କରାଯାଇଥିବା ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟିକାକରଣ ପରେ ସେମାନଙ୍କ ନିଜ ଅଞ୍ଚଳରେ ଛାଡିବାକୁ ପଡିବ। କେବଳ ରେବିଜ୍ ସଂକ୍ରମିତ କିମ୍ବା ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରୁଥିବା କୁକୁରମାନଙ୍କୁ ସ୍ୱତନ୍ତ୍ର ସେଲଟରରେ ଛଡ଼ାଯିବ।

ସେହିପରି ବୁଲା କୁକୁର ମାନଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବା ଦେବା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଯଦି କୌଣସି ବ୍ୟକ୍ତି କିମ୍ବା ଏନଜିଓ ଏହି ନିର୍ଦ୍ଦେଶ ନ ପାଳନ କରନ୍ତି ତାହାଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହ ଯେଉଁ ବ୍ୟକ୍ତି କିମ୍ବା ଏନଜିଓ ବୁଲା କୁକୁର ପ୍ରସଙ୍ଗରେ କୋର୍ଟକୁ ଆସିବେ ତାହାଲେ ସେମାନଙ୍କୁ ଯଥାକ୍ରମେ ୨୫ ହଜାର ଏବଂ ୨ ଲକ୍ଷ ଟଙ୍କା ଜମା କରିବେ। ଯେଉଁ ଟଙ୍କା କୁକୁରମାନଙ୍କ ପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟବହାର ହେବ।