ନବୀନ ନିବାସରେ ରାଜ୍ୟପାଳ

ନବୀନଙ୍କୁ ଭେଟିଲେ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ

ଭୁବନେଶ୍ୱର, ୨୫/୮: ସୋମବାର ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ଭମପତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସ ଯାଇ ସେଠାରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ନିକଟରେ ନବୀନ ପଟ୍ଟନାୟକ ଡିହାଇଡ୍ରେସନ କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ତାଙ୍କ ବାସଭବନ କୁ ଫେରିଥିଲେ। ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ନବୀନ ପ୍ରାୟ ୧୫-୨୦ ମିନିଟ୍ ଧରି ଆଲୋଚନା କରିଥିଲେ।

“ମୁଁ ନବୀନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛି,” ବୋଲି ରାଜ୍ୟପାଳ କହିଛନ୍ତି।