ଯୌନ ନିର୍ଯାତନା ନିରାକରଣ କାର୍ଯ୍ୟକ୍ରମ
କଟକ ଆୟକର ଭବନର ଆଭ୍ୟନ୍ତରୀଣ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ
ଆଭ୍ୟନ୍ତରୀଣ କମିଟିର ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନ ଆୟକର ଆୟୁକ୍ତ
କଟକ, ୨୯/୮: ଆୟକର ବିଭାଗର ଆୟକର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଟକର ଆୟକର ଭବନ ସ୍ଥିତ କାର୍ଯ୍ୟାଳୟରେ “କାର୍ଯ୍ୟସ୍ଥଳୀରେ ହେଉଥିବା ଯୌନ ନିର୍ଯାତନା” ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା ଓ ତଦାରଖ ନେଇ ଗଠିତ ଆଭ୍ୟନ୍ତରୀଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କମିଟିର ସଦସ୍ୟମାନେ ଯଥା ଏଡିଆଇଟି ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ, ସରସ୍ୱତୀ ଶିଶୁ ମନ୍ଦିରର ଅଧ୍ୟକ୍ଷ ନନ୍ଦିତା ପଣ୍ଡା, ପ୍ରଶାସନିକ ଅଧିକାରୀ ରଶ୍ମିତା ଜେନା, ଏଡି ପ୍ରୀତିମଞ୍ଜରୀ ମହାନ୍ତି, ଆଇନଜୀବୀ ଶ୍ୱେତା ଦାଶ, ସାମାଜିକ କର୍ମୀ ସଞ୍ଜୁକ୍ତା ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ର ଏହି ଅବସରରେ ଉପରୋକ୍ତ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ପ୍ରଧାନ ଆୟକର ଆୟୁକ୍ତ ଶ୍ରୀ ମହାପାତ୍ର ବକ୍ତବ୍ୟ ପ୍ରଦାନ କରି ପୋସ୍କୋ ଆକ୍ଟ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ବୈଠକକୁ ଆୟକର ମୁଖ୍ୟ ଅଧିକାରୀ କ୍ଷୀତିଶ କୁମାର ମହାନ୍ତି ପରିଚାଳନା କରିଥିଲେ । କାର୍ଯ୍ୟାଳୟର ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ ।