ନୂଆଦିଲ୍ଲୀ, ୩୦/୮: ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାଜ୍ୟରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଏକ ବିଶାଳ ଶୋଭାଯାତ୍ରା କରିବେ। ଏ ନେଇ ସୂଚନା ଦେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ।
ରାହୁଲ ରୋଡ୍ ସୋ’ କରିବା ସହ ପଦଯାତ୍ରା କରିବେ। ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ସମୟରେ ସେ ଭୋଟ୍ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ।