ଓଡିଶା ପି ଏଣ୍ଡ ଟି ଇଲେକ୍ଟ୍ରିକାଲ କଂଟ୍ରାକ୍ଟରସ ଆସୋସିଏସନ ପକ୍ଷରୁ ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ
‘ଠିକାଦାର ଓ ଅଫିସିଆଲ ପରସ୍ପରର ପରିପୂରକ’
ଭୁବନେଶ୍ବର, ୩୦/୮: ଓଡିଶା ପି ଏଣ୍ଡ ଟି ଇଲେକ୍ଟ୍ରିକାଲ କଂଟ୍ରାକ୍ଟରସ ଆସୋସିଏସନର ରୌପ୍ୟ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ହୋଟେଲ ସୁର୍ଯ୍ୟଂସଠାରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି.ଏସ.ଏନ.ଏଲ ଓଡିଶା ଜୋନର ମୁଖ୍ୟଯନ୍ତ୍ରୀ ଇଲେକ୍ଟ୍ରିକାଲ ଶ୍ରୀ ଗଜେନ୍ଦ୍ର କୁମାର ଯାଦବ ଯୋଗଦେଇ ଆସୋସିଏସନର ସମସ୍ତ ସଦସ୍ୟଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନିରୀକ୍ଷଣ ଯନ୍ତ୍ରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ଯୋଗ ଦେଇ କହିଥିଲେ ଠିକାଦାର ଓ ଅଫିସିଆଲ ପରସ୍ପରର ପରିପୂରକ। ଉଭୟଙ୍କ ସହଯୋଗରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ।
ଆସୋସିଏସନର ସମ୍ପାଦକ ଶ୍ରୀ ଫକୀର କୁମାର ଉଦ୍ଗାତା ଅନୁଷ୍ଠାନର ସଦସ୍ୟ ଓ ଅଫିସିଆଲମାନଙ୍କ ମଧ୍ୟରେ ସମ୍ପର୍କ ଆଗକୁ କିପରି ସୁଦୃଢ ହୋଇପାରିବ ତା ଉପରେ ନିଜର ମତ ଦେଇଥିଲେ।
ଆସୋସିଏସନର ପରାମର୍ଶଦାତା ଶ୍ରୀ ଦେବବ୍ରତ ଭଟ୍ଟ ଅନୁଷ୍ଠାନର ୨୫ ବର୍ଷର ସଫଳ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ।
ଆସୋସିଏସନର ସଭାପତି ଶ୍ରୀ ସଂଜୀତ କୁମାର ସାହୁ, ଉପ ସଭାପତି ଶ୍ରୀ ଅନିଲ ଚନ୍ଦ୍ର ଲାହା, ସହ ସମ୍ପାଦକ ଶ୍ରୀ ସୁଜୟ କୁମାର ମୋଦକ, ବିତ୍ତ ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ସ୍ୱାଇଁ, ପରିଚାଳନା ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ପରାମର୍ଶ ଦାତା ଶ୍ରୀ ପ୍ରଣବ ବାନାର୍ଜୀଙ୍କ ଦ୍ୱାରା କାର୍ଯକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
କାର୍ଯକ୍ରମରେ ଅନୁଷ୍ଠାନର ପରଲୋକଗତ ସଦସ୍ୟଙ୍କ ପରିବାର, ପୂର୍ବତନ ସଦସ୍ୟ, ପୂର୍ବତନ ପଦାଧିକାରୀ, ବର୍ତ୍ତମାନର ପଦାଧିକାରୀ ଏବଂ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯକ୍ରମ ଶେଷରେ ପରାମର୍ଶଦାତା ଶ୍ରୀ କିସଲେ କୁମାର ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।