ଭୁବନେଶ୍ୱର, ୫/୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଥିବା ବେଳେ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲେ। କିନ୍ତୁ ପାଗ ଖରାପ ଯୋଗୁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ନ ଓହ୍ଲାଇ କୋଲକାତା ଯାଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସୂଚନାଯୋଗ୍ୟ, ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରୁଥିଲେ ମୁଖ୍ୟମନ୍ତ୍ରୀ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ।