ଭୁବନେଶ୍ୱର, ୫/୯: କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପାଗ ଖରାପ ଯୋଗୁଁ ଭୁବନେଶ୍ୱର ବଦଳରେ କୋଲକାତା ଯାଇଥିଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ପାଗ ଖରାପ ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ନଥିଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ। ସୂଚନାଯୋଗ୍ୟ, ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।