ଗୁରୁ ଦିବାକର ଶତପଥୀଙ୍କୁ ବିଧାୟକ ଗୁରୁ ସମ୍ମାନରେ ସମ୍ବର୍ଦ୍ଧିତ
ଶିକ୍ଷକତାରେ ନିଜକୁ ଉତ୍ସର୍ଗ କରିଛନ୍ତି ଏହି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
କଟକ, ୭/୯: କଟକ ଜିଲ୍ଲା ବଡମ୍ବା ନରସିଂହପୁରର ଯୋଡୁମୁଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ଶତପଥୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ନିଜକୁ ଉତ୍ସର୍ଗ କରିଛନ୍ତି । ପବିତ୍ର ଗୁରୁ ଦିବସ ଅବସରରେ ଜଣେ ଉତ୍ସର୍ଗୀକୃତ ଶିକ୍ଷକ ଭାବରେ ସେବା ଓ ସାଧନାର ସମ୍ମାନ ପାଇଁ ଶିକ୍ଷକ ଦିବାକର ଶତପଥୀଙ୍କୁ ବିଧାୟକ ଗୁରୁ ସମ୍ମାନ ୨୦୨୫ର “ଅରାଟ-ବୃହଦମ୍ବା ଶିକ୍ଷକ ଗୌରବ” ସମ୍ମାନରେ ମୁଖ୍ୟ ଅତିଥି କଟକ ସାଂସଦ ଭର୍ତ୍ତୃହରି ମହତାବ, ମୁଖ୍ୟ ପୁରୋଧା ବଡମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା, କଟକ ଜିଲ୍ଲାପାଳ ଦାତ୍ରେୟ ଭାଓସାହେବ ସିନ୍ଧେ, ଯୁଗ୍ମ ନିର୍ଦ୍ଦେଶକ ଓ.ସେ.ପା ଭୁବନେଶ୍ୱର ଡ. ସନ୍ତୋଷ କୁମାର ରାଉତ, କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ବ୍ଲକ ଶିକ୍ଷାଧିକାରୀ ନରସିଂହପୁର ଲୋପାମୁଦ୍ରା ରାଉତରାୟ, ସଂଯୋଜକ କଳିଙ୍ଗ କେଶରୀ ପ୍ରଧାନ ସମ୍ମାନିତ କରିଛନ୍ତି । ଶିକ୍ଷକତା କରୁଥିବା ଗୁରୁଜୀ ଦିବାକର ଶତପଥୀ ଜ୍ଞାନର ଆଲୋକ ର୍ବିକାରେ ସ୍ଥାନୀୟ ଅଳକୁ ଗରିମାମୟ କରିଛନ୍ତି । ଦୁନିଆରେ ଏଭଳି କେହି ବ୍ୟକ୍ତି ନାହାଁନ୍ତି ଯାହାଙ୍କର ଗୁରୁଙ୍କ ବିନା ଜ୍ଞାନ ଉଦୟ ହୋଇଛି । ସେହିଭଳି ଜଣେ ଅଧ୍ୟାୟନ ଓ ଅଧ୍ୟାପନାର ଦିଗ୍ବଳୟ ଓ ନିରଳସ ଶିକ୍ଷା କର୍ମଯୋଗୀ ହେଉଛନ୍ତି ଶିକ୍ଷକ ଦିବାକର ଶତପଥୀ ।