ଦିଲ୍ଲୀ ଗଲେ ନବୀନ-ମନମୋହନ

ରାଜନୀତି ସରଗରମ, ଜୋର‌ ଧରିଲା ଚର୍ଚ୍ଚା

ଭୁବନେଶ୍ୱର, ୭/୯: ଓଡ଼ିଶାରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଗତ କାଲି ବିଳମ୍ବିତ ରାତିରେ ମନମୋହନ ଦିଲ୍ଲୀ ଯାଇଥିବା ବେଳେ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ନବୀନ। ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଆସୁଥିବା ବେଳେ ଉଭୟ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦିନକ ତଳେ ମନମୋହନ ଦିଲ୍ଲୀ ଗସ୍ତରୁ ଫେରିଥିବା ବେଳେ ପୁଣି ଆଉ ଥରେ ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବା ର ସମ୍ଭାବନା ରହିଛି। ସେହିପରି ନବୀନ ଆଜିଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ସେଠାରେ ଦଳୀୟ ସାଂସଦଙ୍କୁ ଭେଟିବାର ସମ୍ଭାବନା ରହିଛି। ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବିଜେଡ଼ି ଏମପିଙ୍କ ସହ ଏ ବିଷୟରେ ଆଲୋଚନା କରି ପାରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରି ପାରନ୍ତି।