ସୁନ୍ଦରଗଡ଼, ୭/୯: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିପାତ ହୋଇଛି ମାଓବାଦୀ। ମୁଣ୍ଡ ଉପରେ ଥିଲା ୧୦ ଲକ୍ଷର ପୁରସ୍କାର ରାଶି। ସୁନ୍ଦରଗଡ଼ ଜିଲା ସୀମାନ୍ତ ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଞ୍ଚଳରେ ଥିବା ବୁର୍ଜୁୱା ପାହାଡ଼ ନିକଟରେ ରବିବାର ସକାଳେ ପୋଲିସ ଏବଂ ସିପିଆଇ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ଏହା ସହ ଘଟଣାସ୍ଥଳରୁ ଗୋଟିଏ SLR ଜବତ କରିଛନ୍ତି ସୁରକ୍ଷାକର୍ମୀ। ନିହତ ମାଓବାଦୀ ହେଉଛି ଜୋନାଲ କମାଣ୍ଡର ଅମିତ ହାଂସଦା ଓରଫ ଉପତାନ। ତା ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସିଆରପିଏଫ ଓ ଝାଡ଼ଖଣ୍ଡ ପୋଲିସ ମିଳିତ ଅପରେସନ କରିଛି।
Prev Post