ନୂଆଦିଲ୍ଲୀ, ୮/୯: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ଉପନିର୍ବାଚନ।ଏହା ପୂର୍ବରୁ ନିଜର ମତ ସ୍ପଷ୍ଟ କରିଛି ବିଜୁ ଜନତା ଦଳ। ବିଜେଡ଼ିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ସସ୍ମିତ କହିଛନ୍ତି, “ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି। ଭୋଟିଂରୁ ବିରତ ରହିବ। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଦଳର ବରିଷ୍ଠ ନେତା, ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଓ ରାଜ୍ୟସଭା ସାଂସଦମାନଙ୍କର ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ବିଜେଡ଼ି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ଅବଲମ୍ବନ କରିବ। ଆମର ମୁଖ୍ୟ ଲକ୍ଷ୍ୟ ଓଡ଼ିଶାର ଉନ୍ନତି।”
ତେବେ ବିଜେଡ଼ିର ଏ ନିଷ୍ପତ୍ତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି, ବିଜେଡ଼ି ପରୋକ୍ଷରେ ଏନଡିଏକୁ ସମର୍ଥନ କରିଛି।
ସୂଚନାଯୋଗ୍ୟ, ରାଜ୍ୟସଭାରେ ବିଜେଡିର ୭ ସାଂସଦ ଅଛନ୍ତି। ସି.ପି. ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ ହୋଇଥିବା ଇଣ୍ଡି ମେଣ୍ଟର ପ୍ରାର୍ଥୀ ହେଉଛନ୍ତି ବି ସୁଦର୍ଶନ ରେଡ୍ଡୀ।