ଫିଲିପାଇନ୍ସର ମନିଲାସ୍ଥିତ ଖାଲସା ଦିୱାନ ଗୁରୁଦ୍ୱାରା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ଗୁରୁଦ୍ୱାରାର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ
ନୂଆଦିଲ୍ଲୀ, ୧୭/୧୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଥିବା ଖାଲସା ଦିୱାନ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି ଏବଂ ପଞ୍ଚ ପ୍ୟାରେଙ୍କ ଉପସ୍ଥିତିରେ ଏହି ଗୁରୁଦ୍ୱାରାର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସିନେଟର ଫ୍ରାନ୍ସିସ୍ ଜୋସେଫ୍ ଏସ୍କୁଡେରୋ ଏବଂ ମନିଲା ସହରର ମେୟର ଫ୍ରାନ୍ସିସ୍କୋ ଇସ୍କୋ ମୋରେନୋଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
୧୯୦୧ରେ ପ୍ରତିଷ୍ଠିତ ଏବଂ ୧୯୦୩ରେ ବିଧିବଦ୍ଧ ଭାବରେ ସଂଗଠିତ ହୋଇଥିବା ଏବଂ ଅନୁଷ୍ଠାନଟି ୧୯୨୪ରେ ଖାଲସା ଦିୱାନ ନାମରେ ପଞ୍ଜୀକୃତ ହୋଇଥିଲା । ଖାଲସା ଦିୱାନ ଗୁରୁଦ୍ୱାରା ଫିଲିପାଇନ୍ସର ସବୁଠାରୁ ପୁରୁଣା ଗୁରୁଦ୍ୱାରା ହେବାର ଗୌରବ ବହନ କରେ । ଏହା ନିଜର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ କଲ୍ୟାଣକାରୀ କାର୍ଯ୍ୟକଳାପ ମାଧ୍ୟମରେ ମନିଲାରେ ବସବାସ କରୁଥିବା ଶିଖ ତଥା ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।
ଖାଲସା ଦିୱାନ ଗୁରୁଦ୍ୱାରା ଭାରତୀୟ-ଶିଖ ସମ୍ପ୍ରଦାୟ ଏବଂ ଫିଲିପାଇନ୍ସ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ କାର୍ଯ୍ୟ କରୁଛି ।