ବିଜେଡ଼ିକୁ ଶକ୍ତ ଝଟକା: ଦଳ ଛାଡ଼ିଲେ ପୂର୍ବତନ ସାଂସଦ

ଗଠନ କଲେ ନୂଆ ରାଜନୈତିକ ଦଳ

ଭୁବନେଶ୍ୱର, ୯/୯: ବିଜେଡ଼ିକୁ ଶକ୍ତ ଝଟକା। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା। ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହ ଏକ ନୂଆ ଦଳ ଗଠନ କରିଛନ୍ତି। ବିଜୁ ସ୍ୱାଭିମାନ ମଞ୍ଚ ନାମରେ ଏକ ନୂତନ ଦଳ ଗଠନ କରିଛନ୍ତି। ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ସୂଚନା ମିଳିଛି।