ଧର୍ମପରାୟଣା ରଙ୍ଗଲତା ଭଦ୍ରଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ଦିବଂଗତା ଭଦ୍ରଙ୍କ ଜୀବନୀ ସମ୍ବଳିତ ସ୍ମରଣିକା “ଅମୃତାୟନ” ଲୋକାର୍ପିତ

ଭୁବନେଶ୍ୱର, ୯/୯: ସାମାଜିକ ସୁରକ୍ଷା ପ୍ରତିଷ୍ଠାନ ସୁନାକର ଭଦ୍ର ସ୍ମୃତି ପରିଷଦ ସୌଜନ୍ୟରେ ବିଶିଷ୍ଟ ସମାଜସେବିକା ତଥା ଧର୍ମ ପରାୟଣା ମହିଳା ଦିବଂଗତା ରଙ୍ଗଲତା ଭଦ୍ରଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ମୁଖ୍ୟ ଅତିଥି , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ କୌସ୍ତୁଭ ଗ୍ରୁପର ଚେୟାରମ୍ୟାନ ପ୍ରଭାତ ରଞ୍ଜନ ମଲ୍ଲିକ , ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ , ସମାଜସେବୀ ସଞ୍ଜୟ କୁମାର ଜେନା , ଦର୍ଶନ ସମ୍ବାଦପତ୍ର ସମ୍ପାଦକ ଇଂ ବିଭୂତି ଭୂଷଣ ନାୟକ , ପୁସ୍ତକ ପ୍ରକାଶକ ଜିତେନ୍ଦ୍ର କୁମାର ମହାନ୍ତି , ମୁଦ୍ରାକାର ଗୋକୁଳାନନ୍ଦ ପଟ୍ଟନାୟକ , କବି ସ୍ମରିତା ଦାସ , କୋରୋ ସେବା ସମବାୟ ସଭାପତି ରଞ୍ଜିତ ପ୍ରସାଦ ଜେନା ଏବଂ ପରିଷଦର ଅଧ୍ୟକ୍ଷ ଇଂ ପ୍ରଶାନ୍ତ କୁମାର ଭଦ୍ର ପ୍ରମୂଖ ସ୍ଵର୍ଗତା ଭଦ୍ରଙ୍କ ଦୀର୍ଘ ଅଶୀ ବର୍ଷର ଆଦର୍ଶ ସେବା ଜୀବନ ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧା ନିବେଦନ କରିଥିଲେ।।

ସର୍ବପ୍ରଥମେ ବେଦପାଠ ମଧ୍ୟରେ ଦିବଂଗତା ରଙ୍ଗଲତା ଭଦ୍ରଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯିବା ସହ ଆତ୍ମାଙ୍କ ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

ଇତ୍ୟବସରରେ ଦିବଂଗତା ଭଦ୍ରଙ୍କ ଜୀବନୀ ସମ୍ବଳିତ ସ୍ମରଣିକା” ଅମୃତାୟନ ” କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ନିର୍ମଳ କୁମାର ନାୟକ , ଅନ୍ତର୍ଯ୍ୟାମୀ ଜେନା , ଲକ୍ଷ୍ମୀଧର ପଲାଇ, କୈଳାସ ଚନ୍ଦ୍ର ମନ୍ତ୍ରୀ , ପ୍ରଫୁଲ୍ଲ କୁମାର ବରାଳ , ପ୍ରଭାତ କୁମାର ନାୟକ , ପ୍ରଫୁଲ୍ଲ କୁମାର ଭଦ୍ର ଆଦି ସ୍ମୃତି ଚାରଣ କରିଥିଲେ। ଇତ୍ୟବସରରେ ସଂଗୀତ ନିର୍ଦ୍ଦେଶକ ଶ୍ରୀପନ୍ତଙ୍କ ନିର୍ଦ୍ଦେଶନାରେ ଲକ୍ଷେଶ୍ଵର ଭଜନସଂଧ୍ୟାର କଳାକାର ମାନେ ଭାବଭକ୍ତିରେ ଭଜନ ପରିବେଷଣ କରିଥିଲେ।