ପ୍ରଫୁଲ ମଲ୍ଲିକ ବିଜେଡିରୁ ନିଲମ୍ୱିତ

ଦଳ ବିରୋଧୀ ମନ୍ତବ୍ୟ ପଡ଼ିଲା ମହଙ୍ଗା

ଭୁବନେଶ୍ୱର, ୧୨/୯: ବିଜେଡିରୁ ନିଲମ୍ୱିତ ହେଲେ ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ। ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ନିଲମ୍ୱିତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି।

ଗତ କାଲି ସେ ବିଜେଡ଼ିକୁ ସିଧା ଟାର୍ଗେଟ କରିଥିଲେ। ବିରୋଧୀ ଦଳ ଭାବେ ଠିକରେ ଦାୟିତ୍ୱ ତୁଲାଇନଥିବା କହିଥିଲେ ପ୍ରଫୁଲ୍ଲ। ପୂର୍ବ ବିଚାରଧାରାରେ ବିଜେଡି ଆଉ ନାହିଁ। ଦଳ ଠିକ୍‌ ଭାବେ ନ ଚାଲିଲେ ଦୂରେଇ ଯିବେ ବୋଲି କହିଥିଲେ।