ଇସ୍ତଫା ଦେବା ପରେ ସସପେଣ୍ଡ: ପ୍ରଫୁଲ୍ଲ

ଦଳ ଆମ ପାଇଁ ବଡ଼: ଦେବୀ ମିଶ୍ର

ଭୁବନେଶ୍ୱର, ୧୨/୯: ବିଜେଡିରୁ ନିଲମ୍ୱନ ପରେ ପ୍ରଫୁଲ୍ଲ ସାମଲ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, “ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି। ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ୍ ନେଇଥାଇପାରନ୍ତି। ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି। ବିଜେଡିର କୌଣସି ସାଂଗଠନିକ କାର୍ଯ୍ୟରେ ମୁଁ ଯୋଗ ଦେଉନଥିଲି। ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବି। କିନ୍ତୁ ଏବେ କେଉଁ ଦଳକୁ ଯିବା ପାଇଁ ମନ ସ୍ଥିର କରିନାହିଁ

ପ୍ରଫୁଲ୍ଲଙ୍କ ବୟାନ ଉପରେ ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦଳ ଆମ ପାଇଁ ବଡ଼, ବ୍ୟକ୍ତି ନୁହେଁ। ଦଳରେ ନାହାଁନ୍ତି ବୋଲି କହୁଥିଲେ ପ୍ରଫୁଲ୍ଲ କୁମାର ମଲ୍ଲିକ। ଟେଲିଫୋନରେ ଇସ୍ତଫା ନେଇ ପ୍ରଦୀପ ଅମାତଙ୍କୁ ଜଣାଇଥିଲେ।