କଟକ, ୧୨/୯: ଓଡ଼ିଶାର କଟକର ଐତିହାସିକ ବାଲିଯାତ୍ରାର ନାମ ପରିବର୍ତ୍ତନ କରାଯାଇଛି। ଆଜି କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ପ୍ରସ୍ତୁତି ବୈଠକ ଅନୁଯାୟୀ, ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ ନାମକରଣ କରାଯାଇଛି। ଆସନ୍ତା ୫ ନଭେମ୍ବର, ୨୦୨୫ରୁ ଆରମ୍ଭ ହୋଇ ୧୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ଏଥର ଉପର ପଡ଼ିଆରେ ବାଲିଯାତ୍ରା ହେବନାହିଁ। କେବଳ ତଳ ପଡ଼ିଆରେ ଷ୍ଟଲ୍ ପକାଯିବ। ସେହିପରି ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Next Post