ଭିଜିଲାନ୍ସ ହାବୁଡ଼ରେ ସରକାରୀ ଅଧିକାରୀ

ଗୋଟିଏ ଦିନରେ ଦୁଇ ଜଣଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର, ୧୨/୯: ଶୁକ୍ରବାର ଗୋଟିଏ ଦିନରେ ଦୁଇ ସରକାରୀ ଅଧିକାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଲାଞ୍ଚ ନେଲା ବେଳେ ଉଭୟ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ ଧରା ପଡ଼ିଛନ୍ତି।

ପ୍ରଥମ ମାମଲାରେ, ବାମରା ତହସିଲଦାର ଅଶ୍ବିନୀ ପଣ୍ଡା ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଜମି ପଟ୍ଟା ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ତହସିଲଦାର ।

ସେହିପରି ଅନ୍ୟ ଏକ ମାମଲାରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ। ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଲେବର କାର୍ଡ କରାଇବାକୁ ୬ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।