ଭୁବନେଶ୍ୱର, ୧୩/୯: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨୭ ତାରିଖରେ ବ୍ରହ୍ମପୁର ଗସ୍ତରେ ଆସିପାରନ୍ତି। ୨୭ ତାରିଖରେ ବ୍ରହ୍ମପୁରରେ ଏକ ସମାବେଶରେ ଯୋଗ ଦେବା ସହ ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ୨୮ ତାରିଖରେ ଜାତୀୟ ମେଡିଏସନ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି। ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଜାତୀୟ ମେଡିଏସନ କର୍ମଶାଳା।
ପ୍ରଧାନମନ୍ତ୍ରୀ ମୋଦି ଗଞ୍ଜାମର ଯେଉଁ ସ୍ଥାନକୁ ଯିବେ ସେଠାରେ ଏକ ଟିମ୍ ଗତ କାଲି କାର୍ଯ୍ୟକ୍ରମସ୍ଥଳୀ ପରିଦର୍ଶନ କରିଛି। ତେବେ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନଥିବା ଜିଲ୍ଲା ବିଜେପି ସଭାପତି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ବେଳେ ବ୍ରହ୍ମପୁର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।