ଫିକା ପଡ଼ିପାରେ ଦଶହରା, ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୬/୦୯: ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚୀନ୍‌ ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ପୂଜା ସମୟରେ ବର୍ଷା ହୋଇପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଟାଇଫୁନ ନୋରୁ ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ଉପକୂଳରେ ଏକ ଅପର ଏଆର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର-ପଶ୍ଚିମ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ବାଂଲା ଦେଶ ଉପକୂଳର ନିକଟବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ିଶା ଉପକୂ