ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
‘ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି’
ଭୁବନେଶ୍ୱର, ୧୭/୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିନ। ଏହି ଅବସରରେ ସାରା ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଏକ୍ସରେ ଶୁଭେଚ୍ଛା ଜଣାଇ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, “ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ଆପଣଙ୍କ ସମର୍ପଣ, କଠିନ ପରିଶ୍ରମ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ବିକାଶର ନୂତନ ଶିଖର ଛୁଉଁଛି । “ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ”ର ମନ୍ତ୍ର ଆଜି ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଆଶା ଏବଂ ଆତ୍ମବିଶ୍ୱାସ ଭରି ଦେଇଛି ।
ଭିତ୍ତିଭୂମିର ବିକାଶ , ସମାଜ କଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନସେବା କ୍ଷେତ୍ରରେ ଆପଣଙ୍କ ନିରନ୍ତର ପ୍ରୟାସ ଓଡ଼ିଶା ସମେତ ସାରା ଦେଶର କୋଟି କୋଟି ପରିବାରର ଜୀବନରେ ଉନ୍ନତି ଆଣିଛି ଓ ସେମାନଙ୍କୁ ସଶକ୍ତ କରିଛି ।
ଆଜି ଆପଣଙ୍କ ଜନ୍ମଦିନ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଆପଣଙ୍କୁ ଦୀର୍ଘ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଅସୀମ ଶକ୍ତି ପ୍ରଦାନ କରନ୍ତୁ ଓ ଆପଣଙ୍କ ନେତୃତ୍ୱରେ ଆମ ଦେଶ ବିକଶିତ ଭାରତ ହେବା ଦିଗରେ ଅଗ୍ରସର ହେଉ ।”