ଭୁବନେଶ୍ୱର, ୧୭/୯: ରାଜଧାନୀରୁ ନିଖୋଜ ଥିବା ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ଙ୍କ ହତ୍ୟା ହୋଇଥିବା ଜଣାପଡିଛି। ହତ୍ୟା କରିଥିବା ସ୍ୱୀକାର କରିଛି ପ୍ରେମିକ କନଷ୍ଟେବଳ। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତକୁ ନେଇ କ୍ରାଇମ ରିକ୍ରିଏଟ କରିବା ପାଇଁ କ୍ରାଇମ ସ୍ପଟକୁ ନେଇଛି।
ପ୍ରେମିକ କନେଷ୍ଟବଳ ଦୀପକ ରାଉତ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରର ଏକ କାଜୁ ଜଙ୍ଗଲରେ ପୋତି ଥିବା ସୁରାକ ପାଇ କେନ୍ଦୁଝର ପୁଲିସ ସହାୟତାରେ କମିସନରେଟ ପୁଲିସ ଖୋଳତାଡ କରୁଛି।
ତେବେ ଏଯାଏଁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଦୀପକ ରାଉତ ପୂର୍ବରୁ ବିବାହିତ ଥିଲା। ହେଲେ ତା’ର ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଯାହାକୁ ଦୁର୍ଘଟଣା ବୋଲି ଦର୍ଶାଇ ସେ ଜୀବନ ବୀମା ମଧ୍ୟ ହାତେଇ ଥିଲା। ଏହା ପରେ ଶୁଭମିତ୍ରାଙ୍କ ସମ୍ପର୍କରେ ଆସିଥିଲା। ଶୁଭମିତ୍ରାଙ୍କ ସହ ଗତ ବର୍ଷ ଜୁଲାଇ ୭ ତାରିଖରେ କୋର୍ଟ ମ୍ୟାରେଜ କରିଥିଲା। କିନ୍ତୁ କେଉଁ କାରଣରୁ ସେ ଶୁଭମିତ୍ରାଙ୍କୁ ହତ୍ୟା କରିଛି ତାହା ଜଣା ପଡିନାହିଁ।