‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ଗ୍ରାମ୍ଯ ଉନ୍ନୟନ ବିଭାଗର ସକ୍ରିୟ ଅଂଶଗ୍ରହଣ

ପରିବେଶ ସୁରକ୍ଷାରେ ସହ ଗ୍ରାମୀଣ ବିକାଶକୁ ସଶକ୍ତ କରିବ ବୃକ୍ଷରୋପଣ

ଭୁବନେଶ୍ବର, ୧୭/୯: ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ ୨.୦’ ଅଭିଯାନ ଅଧୀନରେ ଆଜି ଓଡ଼ିଶା ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି । ରାଜ୍ଯବାସୀଙ୍କ ଅକୁଣ୍ଠ ସହଯୋଗରେ ଏହି ଅଭିଯାନରେ ରାଜ୍ଯବ୍ଯାପୀ ଏକ କୋଟିରୁ ଅଧିକ ଚାରା ରୋପଣ କରାଯାଇପାରିଛି । ଗ୍ରାମ୍ଯ ଉନ୍ନୟନ ବିଭାଗର ମଣ୍ଡଳ ଓ କ୍ଷେତ୍ର କାର୍ଯ୍ୟଳୟଗୁଡ଼ିକର କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଏହି ବ୍ଯାପକ ଚାରାରୋପଣ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବ୍ଲକର ଉପାନ୍ତ ଅଞ୍ଚଳରୁ ଜିଲ୍ଲା ମୁଖ୍ଯାଳୟ ପର୍ଯ୍ଯନ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଅତ୍ଯନ୍ତ ଉତ୍ସାହ ଏବଂ ପ୍ରତିବଞ୍ଚତାର ସହିତ ଅଂଶଗ୍ରହଣ କରି ଏହି ମିଶନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି ।

ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୁରଦୃଷ୍ଟିସଂପନ୍ନ ମାର୍ଗଦର୍ଶନରେ ଏହି ଜାତୀୟ ଅଭିଯାନରେ ଓଡ଼ିଶାର ଅବଦାନ ସମଗ୍ର ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏକ ସବୁଜ ପରିବେଶ ନିର୍ମାଣ ଉଦ୍ଦେଶ୍ୟରେ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ଏହାର କର୍ମଚାରୀଙ୍କ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବା ସହ ଗୋଷ୍ଠୀସ୍ତରରେ ଜନସାଧାରଣଙ୍କୁ ସାମିଲ କରି ଏହି ମହାନ ପଦକ୍ଷେପକୁ ସଫଳ କରାଯାଇଛି ।

ମାନ୍ଯବର ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଭାଗର ସକ୍ରିୟ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଅଧିକାରୀମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ସାଧୁବାଦ ଜଣାଇ ସେ କହିଛନ୍ତି, ଏହି ଅଭିଯାନ କେବଳ ପରିବେଶ ସୁରକ୍ଷାରେ ଯୋଗଦାନ କରିବ ନାହିଁ ବରଂ ରାଜ୍ଯରେ ଗ୍ରାମୀଣ ବିକାଶକୁ ସଶକ୍ତ କରିବ । ଏକ ସବୁଜ ପରିବେଶ ଗ୍ରାମୀଣ ଜୀବିକା ବୃଞ୍ଚି କରିବା ସହ ପରିବେଶଗତ ସନ୍ତୁଳନକୁ ପ୍ରୋତ୍ସାହିତ କରିବ ଏବଂ ସ୍ଥାୟୀ ଅଭିବୃଞ୍ଚିରେ ଯୋଗଦାନ ଦେବ ବୋଲି ସେ ପ୍ରକାଶ କରିଛନ୍ତି ।

ଭବିଷ୍ଯତରେ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଜାରି ରହିବ ଏବଂ ଗ୍ରାମୀଣ ବିକାଶକୁ ପରିବେଶ ସଂରକ୍ଷଣ ସହିତ ସଂଯୋଗ କରାଯିବା ଦ୍ଵାରା ତୃଣମୂଳସ୍ତରର ରୂପାନ୍ତରଣ ଜରିଆରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ଯ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଛନ୍ତି ।