ସାଂଘାତିକ ଅଭିଯୋଗ ଆଣିଲେ ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର

ଭୁବନେଶ୍ୱର: ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ । ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପକ୍ଷରୁ ରିଲିଜ ହୋଇଥିବା ଏହି ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି | ନିର୍ମାଣଧିନ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ଆପତ୍ତି ଉଠାଇଛନ୍ତି ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ରିଲିଜ ପରେ ନୂଆ ବିବାଦ ଆରମ୍ଭ ହୋଇଛି ।

ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଅପଲୋଡ କରିଛନ୍ତି । ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତନ କରିଛି । ଏହା ପରୋକ୍ଷରେ ଅଞ୍ଜନା ମିଶ୍ରଙ୍କୁ ଇଙ୍ଗିତ କରୁଥିବାରୁ ଫିଲ୍ମର ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।