ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ

ବାର୍ଦ୍ଧକ୍ୟ ଭତ୍ତା ପାଇଁ କରିବେ ଆବେଦନ

ଭୁବନେଶ୍ୱର, ୧୮/୯: ସୁଭଦ୍ରାକୁ ନେଇ ବଡ଼ ସୂଚନା ମିଳିଛି। ସୂଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନ୍‌ସନ୍। ଏ ନେଇ MBPY ଓ NSAPରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ୍‌ କରିବାକୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ।

ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ପ୍ରାଥମିକତା ଦିଆଯିବ। ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି। ବାଦ ପଡିଥିବା ହିତାଧିକାରୀଙ୍କୁ ପେନସନ ପାଇଁ ଆଉ ଥରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ଲକରେ ଯାଇ ଆବେଦନ କରିବାକୁ ପଡ଼ିବ।