ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍

ଏକାଧିକ ସ୍ଥାନରେ ଚଢ଼ାଉ

ରାୟଗଡ଼ା, ୧୯/୯: କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ସରକାରୀ ବାସଭବନ ଓ ଅଫିସ୍ ସମେତ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଅତର୍କିତ ଚଢାଉ କରିଛି ଭିଜିଲାନ୍ସ। ଆଜି ସକାଳୁ ତାଙ୍କ ଘର ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ ଅଛନ୍ତି।

ନିମ୍ନଲିଖିତ ସ୍ଥାନରେ ଚଢ଼ାଉ ଚାଲିଛି:-

କନ୍ଧମାଳର ବାଲିଗୁଡ଼ାରେ ଦୁଇଟି କୋଠା, ଯେଉଁଥିରେ ତାଙ୍କ ପତ୍ନୀଙ୍କ ନାମରେ ଗୋଟିଏ ରହିଛି।

ନୟାଗଡ଼ର କରଡାପଡ଼ାରେ ତାଙ୍କ ଶ୍ୱଶୁର ଘର।

କନ୍ଧମାଳର ଶ୍ରନିକେତ ଏବଂ ଦାରିଙ୍ଗବାଡ଼ିରେ ଦୁଇଟି କୋଠା।

ଗଞ୍ଜାମର ଜୋଗିଆପାଲିରେ ଏକ କୋଠା।

ଗଞ୍ଜାମର ଦୋମୁହାଣିରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ଏକ ଘର।

ରାୟଗଡ଼ାର କାଶୀପୁରରେ ଅଫିସ ଚାମ୍ବର ଏବଂ ଆବାସିକ ସରକାରୀ କ୍ୱାର୍ଟର।