୪ ମିନିଟ୍ ଚାଲିଲା ବିଧାନସଭା

ହଟ୍ଟଗୋଳ ମଧ୍ୟରେ ଗୃହ ମୁଲତବୀ

ଭୁବନେଶ୍ୱର, ୧୯/୯: ସପ୍ତଦଶ ବିଧାନସଭା ଚତୁର୍ଥ ଅଧିବେଶନର ଦ୍ୱିତୀୟ ଦିନରେ ୪ ମିନିଟ୍ ପାଇଁ ଚାଲି ପାରିଛି ଗୃହ କାର୍ଯ୍ୟ। ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ବିଜେଡି ନାରାବାଜି କରିଥିଲା। ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲା। ସେପଟେ କଂଗ୍ରେସ ସଦସ୍ୟ ମାନେ ମଧ୍ୟ ନାରାବାଜି କରିଥିଲେ। ଯାହା ଫଳରେ ଗୃହ ସୁରୁଖୁରୁରେ ନ ଚାଲି ପାରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢ଼ୀ।