ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି

ନିକଟ ଅଞ୍ଚଳରେ ନିଯୁକ୍ତ ହେବେ ଦମ୍ପତି ସରକାରୀ କର୍ମଚାରୀ

ଭୁବନେଶ୍ୱର, ୧୯/୯: ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନୂତନ ନୀତି ଅନୁଯାୟୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ତାରିଖ ମଧ୍ୟରେ ହେବ। ନିଜ ଜିଲ୍ଲାରେ ନିଯୁକ୍ତି ହେବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଯଦି ହେଲା ନିଜ ବ୍ଲକରେ ରହିପାରିବେନି।

ଅତିକମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ। ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧରେ ୫ ବର୍ଷ ପୂରଣ କଲେ ବଦଳି ସମ୍ଭବ। ଅନ୍ୟ ଜିଲ୍ଲାରେ ୧୦ ବର୍ଷ ପୂରଣ କରିଥିଲେ, ଅବିଭକ୍ତ କେବିକେରେ ନିଯୁକ୍ତି ହେବେ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ହେବେ।

ସେହିପରି ଦମ୍ପତି ସରକାରୀ କର୍ମଚାରୀ ହୋଇଥିଲେ ନିକଟ ଅଞ୍ଚଳରେ ନିଯୁକ୍ତି ମିଳିବ। ଅବସରକୁ ୨ ବର୍ଷ ଥିଲେ ଯେଉଁଠି ଅଛନ୍ତି ସେଠାରେ କିମ୍ବା ନିଜ ଜିଲ୍ଲାକୁ ବଦଳି ହେବ।