କୋଣାର୍କ,୨୦।୯: ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଚନ୍ଦ୍ରଭାଗାରେ ସ୍ବଛ ଓ ସୁରକ୍ଷିତ ବେଳାଭୂମି ବାର୍ତ୍ତାରେ ଏକ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ, ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ,ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ବନାଥ ଖିଲାର, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ପ୍ରମୁଖ ଯୋଗଦେଇ ଦିନକୁ ଦିନ ସମୁଦ୍ର ବେଳାଭୂମି ପ୍ରଦୂଷିତ ହେବାରେ ଲାଗିଛି, ସମୟ ଆସିଛି ଆମ ବେଳାଭୂମିକୁ ସ୍ଵଚ୍ଚ ରଖିଲେ ପରିବେଶ ସୁସ୍ଥ ରହିବ। ସାମୁଦ୍ରିକ ଜୀବନ ଉପରେ ପ୍ଲାଷ୍ଟିକ କ୍ଷତିକାରକ କରୁଛି। ସୁସ୍ଥ ଜୀବନ ଧାରଣ ପାଇଁ ସ୍ବଛ ଓ ସୁସ୍ଥ ସମୁଦ୍ର ଅନିବାର୍ଯ୍ୟ। ବେଳାଭୂମି ସ୍ବଚ୍ଛତା ରଖିଲେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି କହିଥିଲେ। ଏଥିରେ ଜବାହର ନବୋଦୟ ବିଦ୍ୟାଳୟ,କୋଣାର୍କ ଉଚ୍ଚ ବିଦ୍ୟାଳୟ,ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ, ଭେଙ୍କଟେଶ୍ବର ସ୍କୁଲ, ଆର୍ତ୍ତତ୍ରାଣ କାର୍ତିକେଶ୍ବର ବିଦ୍ୟାପୀଠ ଆଦି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଚନ୍ଦ୍ରଭାଗା ବେଳାଭୂମି ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରାମକୃଷ୍ଣ ମହାନ୍ତି ସଂଯୋଜନା କରିଥିବାବେଳେ ବନ୍ୟପ୍ରାଣୀ ବନାଞ୍ଚଳର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
Next Post