ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକ

ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ

ରାଉରକେଲା, ୨୦/୯: ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ ଜର୍ଜ ତିର୍କୀ।

ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ସେ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ ପୁଅ ରୋହିତ ଜୋସେଫ ତିର୍କି ସୂଚନା ଦେଇଛନ୍ତି।

ଜର୍ଜ ତିର୍କି ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ରହିଥିଲେ। ଜେମଏମରୁ ୨ ଥର, ସ୍ୱାଧୀନରୁ ଥରେ ଓ ସମତା କ୍ରାନ୍ତି ଦଳରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ସୁନ୍ଦରଗଡ଼ର ଜଣେ ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ସେ ପରିଚିତ ଥିଲେ। ଆଜି ତାଙ୍କର ନିଜ‌ ଗାଁ ବୀରମିତ୍ରପୁରର ଝୁନମୁରରେ ଶେଷ କୃତ୍ୟ ସମ୍ପନ୍ନ ହେବ।