ଅପରେସନ ପ୍ରହାର: ୧୫ କେଜି ଗଂଜେଇ ଜବତ

ଦୁଇ ଜଣ ଗିରଫ

ନୂଆପଡ଼ା, ୨୦/୯: ନୂଆପଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ସଂସ୍କାର ଓ ରାଜ୍ୟ ଅବକାରୀ ବିଭାଗ ପ୍ରଶାସନ ତରଫରୁ ଅପରେସନ ପ୍ରହାର ଆରମ୍ଭ କରାଯାଇଛି। ରାଜ୍ୟ ଓ ଜିଲ୍ଲାରେ ନିଶା କାରବାର ଚାଲିଛି ଓ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦୁଇଟି କାର୍ଯ୍ୟକ୍ରମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଆଜି ଏକ ମାମଲା ରୁଜୁ ହୋଇଛି। ବୋଡେ଼ନ ବ୍ଲକ ଖଇରା ଓ ପଲସଦା ରୋଡ଼ ନିକଟସ୍ଥ ପଲସଦା ବ୍ରିଜ ନିକଟରେ ବେଆଇନ ୧୫ କେଜି ଗଂଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନେ ହେଲେ ଶୁଭମ ପଟେଲ(୨୭) ଏବଂ ଉଦୟ କୁଶୱା(୨୦)। ସେମାନଙ୍କ ଘର ଜବଲପୁର। ଓଆଇସି ସିନାପାଲି ଅବକାରୀ ସିଦ୍ଧାନ୍ତ ପାତ୍ର ଓ ତାଙ୍କ ସହଯୋଗୀ ଅବକାରୀ କର୍ମଚାରୀଙ୍କ ଦ୍ୱାରା ପିଆର ନମ୍ବର 174/25-26 ଅବକାରୀ ଥାନା ସିନାପାଲି ୟୁ ଏସ 20(ବି )(2)ବି ର ଏନଡିପିଏସ ଆକ୍ଟ 1985 ଅନୁସାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଦୁଇ ଜଣ ଦୋଷୀଙ୍କୁ ମାନ୍ୟବର କୋର୍ଟ ନୂଆପଡାକୁ ପ୍ରେରଣ କରାଯାଇଛି।