ଭୁବନେଶ୍ୱର, ୨୦/୯: ଆଜି ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲି ପାରିନାହିଁ। ଆଜି ମଧ୍ୟ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପ୍ରଶ୍ନକାଳ ଆରମ୍ଭରୁ ସାର ପ୍ରସଙ୍ଗରେ ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ଜାରି ରଖିବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗତ କାଲି ମଧ୍ୟ ବିଜେଡ଼ି ସଦସ୍ୟଙ୍କ ନାରାବାଜି ଓ ହୋହଲ୍ଲା ଯୋଗୁଁ ଦୁଇ ଥର ଗୃହ ମୁଲତବୀ ରଖା ଯାଇଥିଲା।