ବଜ୍ରପାତରେ ଗଛ ଦୁଇ ଫାଳ

ବର୍ତିଲେ ପର୍ଯ୍ୟଟକ

କୋଣାର୍କ,୨୧।୯: ଅଚାନକ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷାରେ ଅନ୍ଧାର ହୋଇଗଲା ପର୍ଯ୍ୟଟନସ୍ଥଳୀ କୋଣାର୍କ। ସୂର୍ଯ୍ୟମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ଏକ ବଡ ଚାକୁଣ୍ଡା ଗଛରେ ବଜ୍ରପାତ ହେବାରୁ ଗଛ ଦୁଇ ଫାଳ ହୋଇଯାଇଛି। ପ୍ରଚଣ୍ଡ ଶବ୍ଦ ଶୁଣି ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଥିଲେ। ଏହି ସ୍ଥାନରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେଡ ବ୍ୟବସ୍ଥା କରାଯାଇନାହିଁ। ଫଳରେ ବର୍ଷା ସମୟରେ ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।