ବାଣ ବିସ୍ଫୋରଣ: ବଢ଼ୁଛି ମୃତ୍ୟୁ ସଂଖ୍ୟା‌

ମହିଳାଙ୍କ ମିଳୁନି ପତ୍ତା, ଏକାଧିକ ଗୁରୁତର

ବୌଦ୍ଧ, ୨୧/୯: ପୁରୁଣାକଟକ ଅଂଚଳରେ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଜଣେ ମହିଳା ନିଖୋଜ ଥିବା ବେଳେ ୮ରୁ ଅଧିକ ଗୁରୁତର ଅଛନ୍ତି। ଭଙ୍ଗା ଘର ତଳେ ଅନେକ ଲୋକ ଏବେ ବି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଓଡ୍ରାଫ, ପୋଲିସ୍, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜିଆକଟା ଓ ଛତ୍ରପୁର ଗାଁ ମଧ୍ୟ ଭାଗରେ ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିବା ବେଳେ କୌଣସି କାରଣବଶତଃ ଆଜି ତାହା ଫୁଟି ଯାଇଥିଲା। ଫଳରେ ଗୋଦାମରେ ଗଚ୍ଛିତ ବ୍ୟାପକ ବୋମା ବିସ୍ଫୋରଣ ହେବାରୁ ଅନେକଗୁଡ଼ିଏ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ପୋଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଛି।