ସୋନପୁର, ୨୨/୯: ସୋନପୁର ଜିଲ୍ଲାର ବିନିକାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ କ୍ଷେତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ୫୫,୦୨,୬୧୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଧ୍ୟକ୍ଷ।
ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ୨୦୨୧-୨୨ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ତାଙ୍କ ସରକାରୀ କ୍ଷମତାର ଅପବ୍ୟବହାର କରି MDM, ମୋ ସ୍କୁଲ ଅଭିଯାନ ଏବଂ ବାଳିକା ଛାତ୍ରାବାସ ପାଣ୍ଠି ହେରଫେର କରିଛନ୍ତି।
ଖେତିଙ୍କୁ ସେପ୍ଟେମ୍ବର ୨୯, ୨୦୨୧ ରୁ ବିନିକା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା। ଖେତିଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାରୀ ପାଣ୍ଠିର ଅପବ୍ୟବହାର ସମ୍ପର୍କରେ ସୂଚନା ମିଳିଥିଲା, ଯାହାର ତଦନ୍ତ କରାଯାଇଥିଲା। ପୂର୍ବରୁ ଭିଜିଲାନ୍ସ ଦ୍ବାରା ଧରାପଡ଼ିବାରୁ ଚାକିରିରୁ ନିଲମ୍ବିତ ହୋଇଥିଲେ। ତାଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା କରାଯାଉଛି।