ସୁରକ୍ଷିତ ଟ୍ରେନ୍ ଚଳାଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଦୁଇ ରେଳବାଇ କର୍ମଚାରୀ

ପୁରସ୍କୃତ କଲେ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ

ସମ୍ବଲପୁର, ୨୨/୦୯: ଶ୍ରୀ ଭି.କେ.ଲାମା, ପଏଣ୍ଟସମ୍ୟାନ-ଏ, ମହାସମୁନ୍ଦ ଏବଂ ଶ୍ରୀ ସୀତାକାନ୍ତ ବାରିକ, କନଷ୍ଟେବଲ, ଆରପିଏଫ ପୋଷ୍ଟ, ଖରିଆର ରୋଡଙ୍କୁ ନିରାପତ୍ତା ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।

ସେମାନଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସାନସନୱାଲ, ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ, ଶ୍ରୀ ଅଖିଳେଶ ତ୍ରିପାଠୀ, ଡିଭିଜନାଲ ସିକ୍ୟୁରିଟି କମିଶନର ଶ୍ରୀ କେ. ରାଜଶେଖର ରେଡ୍ଡି, ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ, ଶ୍ରୀ ସମ୍ବିତ ସୌରଭ ନାୟକ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।