କୋଣାର୍କ, ୨୨।୯: ପୁରୀ-କୋଣାର୍କ ବେଳାମାର୍ଗରେ ଅଘଟଣ। ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲେ ଦୁର୍ବୁତ୍ତ। ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଖବର ଦେବା ପରେ କୋଣାର୍କ ଟୁରିଷ୍ଟ ପୋଲିସ ଉକ୍ତ ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ କୋଣାର୍କ ମେଡିକାଲ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। କୋଣାର୍କ ପୁରୀ ବେଳାମାର୍ଗ ରାସ୍ତାର କଇଁଛ ଘର ନିକଟରେ। ଏବେ ବି ଘଟଣା ସ୍ଥଳରେ ଏକ ଭ୍ୟାନିଟି, ମହିଳାଙ୍କ ଚପଲ ପଡ଼ି ରହିଛି। ପୁରୀରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଅନୁମାନ କରାଯାଉଛି। କିଏ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟାଇଛି କାହିଁକି ଏଭଳି ଘଟଣା ଘଟିଲା। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମହିଳା ଜଣଙ୍କ ନାମ ଲକ୍ଷ୍ମୀପ୍ରିୟା ଭୋଇ ଘର ଜଗତସିଂହପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ବୋଲି ଜଣା ପଡିଥିବା ବେଳେ ମହିଳା ଜଣଙ୍କ ଏକ ବନ୍ଧୁଙ୍କ ସହିତ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କରୁ ପୁରୀ ଯିବା ରାସ୍ତାର କଇଁଛ ଘର ନିକଟରେ ଏଭଳି ଘଟଣା ଘଟିଛି ଯାହାକି ମହିଳା ଜଣଙ୍କର ମୁଣ୍ଡର ପଛ ପାର୍ଶ୍ୱରେ ଓ ଡ଼ାହାଣ କାନ ପଟେ ଶକ୍ତ ଆଘାତ ଲାଗିଥିବା ବେଳେ ବେକରେ କଟା ଯାଇଥିବା ଜଣାପଡିଛି।
Next Post