ଭୁବନେଶ୍ୱର, ୨୩/୯: ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହ ସୁରୁଖୁରୁରେ ଚାଲି ପାରିନାହିଁ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ଦଳ ନାରାବାଜି କରିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ଜୋରହୋର ହୋହଲ୍ଲା କରିଛି ବିଜେଡି। ଗୃହ ମଧ୍ୟଭାଗରେ ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ଆଗରେ ଠିଆ ହୋଇ ବିଜେଡ଼ି ସଦସ୍ୟ ପ୍ରତିବାଦ କରିଛନ୍ତି। ସେପଟେ କଂଗ୍ରେସ ସଦସ୍ୟ ନିଜ ଆସନରେ ଠିଆ ହୋଇ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ବିଜେଡ଼ି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ପ୍ରତିବାଦ କରିଛି କଂଗ୍ରେସ।
ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ଓ ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ବିରୋଧୀ ସଦସ୍ୟମାନଙ୍କୁ ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀ ସଦସ୍ୟ ହୋହଲ୍ଲା ଓ ନାରାବାଜି ଜାରି ରଖିଥିବାରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।