ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

କଟକ: ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।

ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ କାଉନସେଲିଂ କରିଥିଲେ ମଧ୍ୟ ସଫଳତା ମିଳି ନଥିଲା । ଆଜି ପୁଣି ଉଭୟଙ୍କ ମଧ୍ୟରେ ହୋଇପାରେ କାଉନସେଲିଂ।