ଫ୍ଲିପକାର୍ଟରୁ ଅର୍ଡର କରିଥିଲେ ଲାପଟପ, ଆସିଲା ସାବୁନ

ମୁମ୍ବାଇ: ଏକ ଇ-କମର୍ସ ୱେବସାଇଟରୁ ସପିଂ କରି ଜଣେ ଗ୍ରାହକ ଠକେଇର ଶିକାର ହୋଇଛନ୍ତି | ବାସ୍ତବରେ ସେ ଅନଲାଇନରେ ଏକ ଲାପଟପ୍ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଲାପଟପ ବଦଳରେ ଲୁଗା ସଫା ସାବୁନ ମିଳିଥିବାର ଜଣାପଡିଛି | କେବଳ ଏତିକି ନୁହେଁ, ଯେତେବେଳେ ସେ କମ୍ପାନିକୁ ଏନେଇ ଅଭିଯୋଗ କରିଥିଲେ, ତାଙ୍କୁ ‘ରିଟର୍ନ ପଲିସି’ ନଥିବା ଦର୍ଶାଇ ଜିନିଷ ଫେରାଇହେବନାହିଁ ବୋଲି କୁହାଯାଇଥିଲା |

ସୂଚନା ଥାଉ କି ଯେ ଅନଲାଇନ୍ ସପିଂରେ ଠକେଇ ମାମଲା ଅତୀତରେ ଅନେକ ଥର ସାମ୍ନାକୁ ଆସିଛି। ତେବେ ଏଥର ଆଇଆଇଏମ୍ ସ୍ନାତକୋତ୍ତର ଯଶସ୍ବୀ ଶର୍ମାଙ୍କ ସହ ଏଭଳି ଘଟିଛି | ଯଶସ୍ବୀ ଏନେଇ ସୋସିଆଲ ମିଡ଼ିଆ ଲିଙ୍କଡଇନରେ ଏକ ପୋଷ୍ଟ ଲେଖି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।