ଭାରତ ସଂଚାର ନିଗମ ଲିମିଟେଡ଼ର ପ୍ରତିଷ୍ଠା ଦିବସ ଓ ରୌପ୍ୟ ଜୟନ୍ତୀ

ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, ୨୩/୯: ଭାରତ ସଂଚାର ନିଗମ ଲିମିଟେଡ଼ର ପ୍ରତିଷ୍ଠା ଦିବସ ଓ ରୌପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ ପାଳନ ଅବସରରେ କ୍ୟାପିଟାଲ ହସପିଟାଲ ସହଯୋଗରେ ଏକ ରକ୍ତଦାନ ଶିବିର ଦୂର ସଂଚାର ଭବନ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭାରତ ଦୂର ସଂଚାର ନିଗମର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୁଷ୍ମନ୍ତ କୁମାର ବେହେରା ଏହି ଶିବିର ଉଦ୍ଘାଟନ କରିଥିଲେ। ଶ୍ରୀ ବିଜୟ କୁମାର ବେହେରା ମହାପ୍ରବନ୍ଧକଙ୍କ ସହ ମହାପ୍ରବନ୍ଧକ ଶ୍ରୀ ଇନ୍ଦ୍ରଗୋବିନ୍ଦ ସୋରେନ, ମହାପ୍ରବନ୍ଧକ ଶ୍ରୀ ଗୁରୁଦାସ ମେହେର, ମୁଖ୍ୟଯନ୍ତ୍ରୀ ଇଲେକ୍ଟ୍ରିକାଲ ଶ୍ରୀ ଗଜେନ୍ଦ୍ର କୁମାର ଯାଦବ, ମୁଖ୍ୟଯନ୍ତ୍ରୀ ସିଭିଲ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ ଏବଂ ଡି ଓ ଟି ର ଶ୍ରୀ ଅନିଲ କୁମାର ସୁବୁଦ୍ଧି ଉପସ୍ଥିତ ଥିଲେ।

ଏହି ରକ୍ତ ଦାନ ଶିବିରକୁ ଭାରତ ସଂଚାର ନିଗମ ଲିମିଟେଡ଼ର ଶ୍ରୀ ସଂଜୀବ କୁମାର ଆଚାର୍ଯ୍ୟ, ଶ୍ରୀ ସୌମ୍ୟ ରଞ୍ଜନ ବରାଳ ପରିଚାଳନା କରିଥିଲେ। ଆଜିର ଏ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।