କେନ୍ଦ୍ରାପଡ଼ା, ୨୩/୯: ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର। ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ।
ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ତହସିଲଦାରଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ରେଡ୍ ଚାଲିଛି।