ବିଜେଡିରୁ ସସପେଣ୍ଡ ହେଲେ ଶ୍ରୀମୟୀ ମିଶ୍ର
ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରି ନାହିଁ କି କରିବି ନାହିଁ: ଶ୍ରୀମୟୀ
ଭୁବନେଶ୍ୱର, ୨୩/୯: ବିଜେଡିରୁ ସସ୍ପେଣ୍ଡ୍ ହେଲେ ଶ୍ରୀମୟୀ ମିଶ୍ର। ବିଜେଡ଼ି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ। ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ।
ବିଜେଡିରୁ ସସ୍ପେଣ୍ଡ ପରେ ସୋସିଆଲ ମିଡିଆରେ ଶ୍ରୀମୟୀ ପ୍ରତିକ୍ରିୟା ରଖି କହିଛନ୍ତି, “ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରି ନାହିଁ କି କରିବି ନାହିଁ। ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ। ସେ ଦଳ ମୋତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ। ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର କରନ୍ତୁ। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କଲେ।”